ଏସିଡ୍‌ ଆକ୍ରମଣ ଓ ଦୁଷ୍କର୍ମ ପୀଡିତା ମାଗଣା ଚିକିତ୍ସା ପାଇବାର ହକଦାର।

ଏସିଡ୍‌ ଆକ୍ରମଣ ଓ ଦୁଷ୍କର୍ମ ପୀଡିତା ନିଶୁଳ୍କ ଚିକିତ୍ସା ପାଇବାର ହକଦାର । ଏମାନଙ୍କଠୁ ଚିକିତ୍ସା ଫି’ ଆଦାୟ କରିବା ଦଣ୍ଡନୀୟ ଅପରାଧ। ପୀଡିତାଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ । ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ଅବା ନର୍ସିଂହୋମ୍ ମନା କରିପାରିବେ ନାହିଁ। ଏଭଳି କିଛି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।ଅଦାଲତଙ୍କ ଏହି ନିର୍ଦ୍ଦେଶକୁ କେନ୍ଦ୍ର ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ସମସ୍ତ ଅନୁଷ୍ଠାନ, ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଏବଂ ନର୍ସିଂହୋମଗୁଡ଼ିକୁ ଅନୁପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

 କୋର୍ଟ କହିଛନ୍ତି, ଯୌନ ନିର୍ଯାତନା ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ମନା କରିବା ଏକ ଅପରାଧ। ସମସ୍ତ ଡାକ୍ତର, ପ୍ରଶାସନ, ଅଧିକାରୀ, ନର୍ସ, ପାରାମେଡିକାଲ୍ କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କରାଯିବା ଉଚିତ୍ ।ଅଦାଲତ କହିଛନ୍ତି ଯେ ଏଭଳି ଅପରାଧରେ ବଞ୍ଚିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଯାଞ୍ଚ କରାଯିବା ଦରକାର ଏବଂ ଆବଶ୍ୟକ ପଡ଼ିଲେ ଏଚ୍‌ଆଇଭି ଭଳି ଯୌନ ସଂକ୍ରମଣ ଜନିତ ରୋଗର ମଧ୍ୟ ଚିକିତ୍ସା ମାଗଣା କରାଯିବା ଉଚିତ। ଏଭଳି ପୀଡ଼ିତାଙ୍କୁ ଶାରୀରିକ ଓ ମାନସିକ ପରାମର୍ଶ ପ୍ରଦାନ କରାଯିବ, ଗର୍ଭାବସ୍ଥା ପାଇଁ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଗର୍ଭନିରୋଧକ ପ୍ରଦାନ କରାଯିବ। ଜରୁରିକାଳୀନ ପରିସ୍ଥିତିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ମେଡିକାଲ ପ୍ରତିଷ୍ଠାନ ପରିଚୟପତ୍ର ଉପରେ ଜୋର ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.

1 × five =