ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା , ରିପୋର୍ଟ ମାଗିଲେ ଆଇନମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ଆହୁରି ତଦନ୍ତ କରାଯିବ, ସିସିଟିଭି ମଧ୍ୟ ଯାଞ୍ଚ ହେବ । କେହି ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍‍ ନୁହେଁ ବୋଲ ଗଣମାଧ୍ୟମରେ କହିଛନ୍ତି ମୁଖ୍ୟ ପ୍ରଶାସକ।

You might also like