ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର।୨୦୬୪ଟି ମହିଳା ଅପରାଧିକ ମାମଲା ରୁଜୁ
ଭୁବନେଶ୍ୱର (ରାଜ୍ୟକାହାଣୀ )ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ମହିଳା କମିଶନ।ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର। ତା ପଛକୁ ରହିଛି ପୁରୁଣା ରାଜଧାନୀ କଟକ। ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ବର୍ଷରେ ସମୁଦାୟ ୨୦୬୪ ମହିଳା ଅପରାଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ମହିଳା କମିଶନ ସଫଳ ହୋଇଛନ୍ତି। ମହିଳା ଅପରାଧର ସବୁଠାରୁ ଶୀର୍ଷରେ ଘରୋଇ ହିଂସା ରହିଛି। ୮୫୨ ଘରୋଇ ହିଂସା ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି। ସେହିପରି ୬୭୫ଟି ଯୌତୁକଜନିତ ନିର୍ଯାତନା ଓ ପରିତ୍ୟାଗ ମାମଲା ରୁଜୁ ହୋଇଥିବା ବେଳେ ୫୮୧ଟିର ସମାଧାନ ହୋଇପାରିଛି। ରାଜ୍ୟରେ ସର୍ବମୋଟ ୧୮୨ଟି ମହିଳା ଅଧିକାର ଉଲଂଘନ ମାମଲା ରୁଜୁ ହୋଇଛି। ଅଶୋଭନୀୟ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ୧୩୭ଟି ମାମଲା ରୁଜୁ ହୋଇଛି। ଯୌତୁକ ଜନିତ ହତ୍ୟା ୧୨, ସନ୍ଧେହ ଜନକ ମୃତ୍ୟୁ ୧୪,ଦୁଷ୍କର୍ମ ୨୪, ମିଥ୍ୟା ପ୍ରତିଶୃତି ଦେଇ ବିବାହ ସହ ପ୍ରତାରଣା ୩୦, ଅପହରଣ ୨୮, ଜମି ବିବାଦରୁ ମହିଳା ହିଂସା ୪୮, କର୍ମ କ୍ଷେତ୍ରରେ ନିର୍ଯାତନା ୨୫, ମହିଳାଙ୍କୁ ଖରାପ ବ୍ୟବହାର ୫ ସହ ଅନ୍ୟାନ୍ୟ ମହିଳାଙ୍କ ଉପରେ ହୋଇଥିବା ହିଂସା ୩୩ଟି ମହିଳା କମିଶନଙ୍କ ପାଖରେ ରୁଜୁ ହୋଇଥିବା ବେଳେ ସାଇବର ଅପରାଧ କ୍ଷେତ୍ରରେ ଶୂନ୍ୟ ରହିଛି ।ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର ରହିଛି। ରାଜଧାନୀରେ ବର୍ଷକ ମଧ୍ୟରେ ୨୯୮ଟି ମାମଲା ରୁଜୁ ହୋଇଛି। ତାପରକୁ କଟକ ୨୧୪, ଖୋର୍ଦ୍ଧା ୨୧୦, ପୁରୀ ୧୮୧, ଗଞ୍ଜାମ ୧୨୦, ଭଦ୍ରକ ୧୧୩ ସହ ଯାଜପୁରରେ ୧୦୩ଟି ମାମଲା ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଛି।