ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ ! ଭୁଲ ଛାପିଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି, ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଏପରିକି ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ପର୍ବପର୍ବାଣି ମଧ୍ୟ ସଠିକ ରହିବ। ଏନେଇ ୫ଜଣ ପ୍ରକାଶକଙ୍କୁ ନିର୍ଭୁଲ ତଥ୍ୟ ପଞ୍ଜିକା ଏବଂ କ୍ୟାଲେଣ୍ଡର ପ୍ରକାଶନ କରିବାକୁ କୁହାଯାଇଛି।

ମହାବିଷୁବ ସଂକ୍ରାନ୍ତିଠାରୁ ୨୦୨୭ ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ପାଞ୍ଜି ଏବଂ କ୍ୟାଲେଣ୍ଡରରେ ପ୍ରସ୍ତୁତ କରିବେ। ଏନେଇ କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍‌ ତ୍ରିପାଠୀଙ୍କୁ ଅନୁମତି ଦିଅଯାଇଛି। ୨୦୨୫ରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ବିଭିନ୍ନ ପର୍ବ ପର୍ବାଣିକୁ ନେଇ ନ୍ଦ୍ବନ୍ଦ୍ବ ଦେଖାଯାଇଥିଲା । ଅନ୍ୟପକ୍ଷେ ଯେଉଁ ପାଞ୍ଜିରେ ପ୍ରକାଶନ ସଂସ୍ଥା ଭୁଲ ଛାପିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି।

You might also like