ବିବାହିତା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପରେ ମାଡ ମାରି ବନ୍ଧା ହେଲେ କନେଷ୍ଟବଳ

ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ । ଆଉ ପ୍ରତିଶ୍ରୁତି ଦେଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ପୋଲିସ କର୍ମଚାରୀ । ସେ ବି ବିବାହିତ ଓ ଦୁଇଟି ଛୁଆର ବାପା । କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ ବି ବିବାହିତ ବୋଲି ମହିଳା ଜଣଙ୍କ ଜାଣିବା ପରେ ପ୍ରେମ ସମ୍ପର୍କରେ ଆସିଥିଲା ଫାଟ । ପୁରୁଷ ବନ୍ଧୁଙ୍କ ଠାରୁ ଦୂରେଇ ଯାଇଥିଲେ ମହିଳା । ଯାହାକୁ ନେଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ସହ ମାଡ଼ ମାରି ଗିରଫ ହୋଇଛନ୍ତି ପୋଲିସ କନେଷ୍ଟବଳ । ସୂଚନାମୁତାବକ ତନ୍ତିଆପାଳ ଥାନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ସ୍ମୃତିରଞ୍ଜନ ଖୁଣ୍ଟିଆ ଓରଫ ଲିଟୁ ସହ ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ ୧ ବର୍ଷ ତଳେ ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ହୋଇଥିଲା । ଧିରେ ଧିରେ ସମ୍ପର୍କ ଆଗକୁ ବଢ଼ିବା ସହ କିଛିଦିନ ଧରି ଉଭୟଙ୍କ କଥାବାର୍ତ୍ତା ପରେ ଉଭୟଙ୍କ ଭେଟଘାଟ ହୋଇଥିଲା । ପରେ ଅଭିଯୁକ୍ତ ଲିଟୁ ମହିଳା ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ପରେ ମହିଳା ଜଣକ ସତ ଜାଣିବା ପରେ ଦୁରେଇ ରହିଥିଲେ କିନ୍ତୁ ଅଭିଯୁକ୍ତ ଲିଟୁ ମହିଳା ଜଣଙ୍କ ଘରେ ପହଞ୍ଚି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଣିଗୁଲଜ କରିଥିଲେ । ଏହାସହ ମାଡ ମାରି ଗୋଟିଏ ଫୋନ ଭାଙ୍ଗି ଦେଇଥିବା ସହ ଆଉ ଗୋଟିଏ ଫୋନ ଛଡାଇ ନେଇ ଚାଲି ଯାଇଥିଲେ ।ଘଟଣାକୁ ନେଇ ମହିଳା ଜଣଙ୍କ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ଅଭିଯୁକ୍ତ ଲିଟୁକୁ ତାଙ୍କ ଭଡା ଘରୁ ଆଣି ପଚରାଉଚରା କରିଥିଲା ପୋଲିସ । ପରେ SDJM କୋର୍ଟରେ ହାଜର କରିଥିଲେ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ କେନ୍ଦ୍ରାପଡା ଉପ କାରାଗାର ପଠାଯାଇଥିବା ସୂଚନା ରହିଛି ।

You might also like