ଆଉ ନିର୍ବାଚନ ଲଢିବିନି: ବିଭୂତି ଜେନା

ଭୁବନେଶ୍ୱର (ରାଜ୍ୟକାହାଣୀ )ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ନିଷ୍ପତ୍ତି । ଆଉ ନିର୍ବାଚନ ଲଢିବିନାହିଁ କହିଲେ ମନ୍ତ୍ରୀ । ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହିଛନ୍ତି। ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର । କିନ୍ତୁ ସେ ଦଳ ନଛାଡିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ସୁଚାରୁରୂପେ କରିବି । ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରିସାରିଛି ବୋଲି ଖଣି ମନ୍ତ୍ରୀ କହିଛନ୍ତି ।

You might also like