ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନରେ ଏହା ଅନୁଷ୍ଠିତ ହେବ ।ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପ ଵିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଏସବୁ ଅଂଚଳର ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତିକୁ ପ୍ରୋତ୍ସାହନ କରିବ। ଏହି ପ୍ରକଳ୍ପ ଦ୍ଵାରା ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ ହବରେ ପରିଣତ ହୋଇପାରିବ।ଏହି ପ୍ରକଳ୍ପ ଦ୍ଵାରା ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ ହବ୍‌ରେ ପରିଣତ ହୋଇପାରିବ ।  ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମ୍ ଓ ନୀତି ଆୟୋଗ ସଦସ୍ୟ ରାଜୀବ ଗୋବା ଉପସ୍ଥିତ ଅଛନ୍ତି । କଟକ, ପୁରୀ ଓ ଜଗତସିଂହପୁର ସାଂସଦ ମଧ୍ୟ ଉପସ୍ଥିତ ଅଛନ୍ତି ।

You might also like