ବୌଦ୍ଧ ଜିଲ୍ଲା ହେଲା ମାଓମୁକ୍ତ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି

ଭୁବନେଶ୍ୱର (ରାଜ୍ୟକାହାଣୀ )ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ନୀତି ଶେଖର । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ଏନେଇ ସୂଚନା ଦେଇଥିଲେ । ମହିଳା ନକ୍ସଲ ମମତା ପୋଡିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରାଯାଇଥିଲା । ଅନ୍ୟପଟେ ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି ଯେ ଜଗତସିଂହପୁରର ନିଖିଲ୍‌ ଓରଫ ନିରଞ୍ଜନ ରାଉତ ଆତ୍ମସମର୍ପଣ କରିଛି। କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା ଆତ୍ମସମର୍ପଣ କରିଛି। ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ନିଖିଲ୍ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା। ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍। ଏବେବି କନ୍ଧମାଳ ପାଖାପାଖି ଜିଲ୍ଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି।ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଡିଜିପି ଅପିଲ୍ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି।

You might also like