ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି -ଏଜି ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍‌ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି, ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି, ଯାଞ୍ଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମନିଟରିଂ କରୁଛନ୍ତି, କୋର୍ଟ ସୁରକ୍ଷାକୁ ନେଇ ସାଲିସ କରାଯିବନି । କେଉଁଠୁ ମେଲ ଆସୁଛି ସୋର୍ସ ଖୋଜା ଚାଲିଛି, ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଜି ଗୋଟିଏ ଦିନରେ ୪ କୋର୍ଟକୁ ମିଳଥିଲା ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟ ସମେତ ପୁରୀ ଜିଲ୍ଲା ଜଜ୍ କୋର୍ଟ, ଫୁଲବାଣୀ କୋର୍ଟ ଓ ଯାଜପୁର ଜିଲ୍ଲା ଜଜ୍ କୋର୍ଟକୁ ମିଳିଥିଲା ବୋମା ଧମକ ।

You might also like