ଫାଇଲେରିଆ ନିରାକରଣ ପାଇଁ ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ
ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ।
ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, ଯାଜପୁର, ବରଗଡ଼ ଏବଂ ଢେଙ୍କାନାଳ ଜିଲାରେ ରୋଗୀଙ୍କୁ ଔଷଧ ଦିଆଯିବ। ଯେଉଁମାନେ ଔଷଧ ବାଣ୍ଟିବେ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। ଯେଉଁ ସ୍ୱାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ ଜିପିଏସ ଜରିଆରେ ଟ୍ରାକ୍ କରାଯିବ ।