ସ୍କୁଲ ପୋଷାକରେ ବିଳମ୍ବ ପାଇଁ କାର୍ଯ୍ୟାନୁଷ୍ଠାନ:ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍କୁଲ ଯୁନିଫର୍ମ ପହଞ୍ଚିବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଠିକ୍ ସମୟରେ ସ୍କୁଲ ୟୁନିଫର୍ମ କିପରି ପହଞ୍ଚିବ ସେଥିପାଇଁ ପ୍ରୟାସ କରାଯାଇଛି । କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଛି, ଆମେ କଠଓର ପଦକ୍ଷେପ ନେବୁ । ଡିଇଓ କିମ୍ବା ଏସଏଚଜିଙ୍କ ଅବହେଳା ପାଇଁ ଯଦି ବଣ୍ଟନ ହୋଇନି ତର୍ଜମା କରିବୁ । ତର୍ଜମା କରି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବୁ । ସୂଚନାମୁତାବକ ସ୍କୁଲ ପିଲାଙ୍କୁ ପୋଷାକ ବାଣ୍ଟିବାକୁ ପ୍ରାୟ ବର୍ଷକ ତଳୁ ବଜେଟରେ ବ୍ୟବସ୍ଥା କରିଥିଲେ ମୋହନ ସରକାର । କିନ୍ତୁ ବିଡ଼ମ୍ବନାର ବିଷୟ, ନୂଆ ବଜେଟ୍ ଆସିବାକୁ ଯାଉଥିଲେ ବି ଏପର୍ଯ୍ୟନ୍ତ ପୋଷାକ ବଣ୍ଟା ସରିନି। କେନ୍ଦ୍ରାପଡ଼ା ଜିଲ୍ଲାର ପୌରପାଳିକା ଓ ବ୍ଲକରେ ଜଣେ ବି ହେଲେ ପିଲାକୁ ପୋଷାକ ବଣ୍ଟା ନଯିବା ଖବରକୁ ନେଇ ହଇଚଇ ଲାଗି ରହିଥିବାବେଳେ ଏବେ ସାମନାକୁ ଆସିଛି ଗଣଶିକ୍ଷା ବିଭାଗର ଆଉ ଏକ ଖାମଖିଆଲି ମନୋଭାବ। ଶିଶୁ ବାଟିକାରେ ପାଠ ପଢ଼ୁଥିବା କୁନିକୁନି ପିଲାଙ୍କୁ ବି ଏଯାଏଁ ମିଳିନି ପୋଷାକ। ଯେଉଁଥିପାଇଁ ଘର ପିନ୍ଧା ପୋଷାକ ପିନ୍ଧି ପାଠପଢ଼ିବାକୁ ଆସୁଛନ୍ତି ବହୁ ଛାତ୍ରଛାତ୍ରୀ। ଓସେପାର ଏହି ଚିଠି ଖୋଲି ଦେଇଛି ଶିଶୁ ବାଟିକା ପୋଷାକ ବଣ୍ଟାର ଗୁମର।

You might also like