ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା
ଫେବୃଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ । କହିଛନ୍ତି, ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ ଫେବୃଆରୀରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘର ଗଣନା ହେବ । ଘର ଗଣନା ସରିବା ପରେ ଆରମ୍ଭ ହେବ ଜନ ଗଣନା ।ସୂଚନାଥାଉକି, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠାରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ ହେବ ।ସେହିପରି ରେଡିଓ, ଲାପଟପ୍, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ଅଛି ନା’ ନାହିଁ, ପାନୀୟ ଜଳ ଓ ବିଦ୍ୟୁତ ଶକ୍ତି ଉତ୍ସ ଏବଂ ଜଳନିଷ୍କାସନ ଭଳି ତଥ୍ୟ ସଂଗ୍ରହ କରାଯିବ ।