ମାଲକାନଗିରି ପରେ ଏବେ କୋରାପୁଟ ଜିଲ୍ଲା ମାଓ ମୁକ୍ତ

ମାଲକାନଗିରି ପରେ ଏବେ କୋରାପୁଟ ଜିଲ୍ଲା ମାଓ ମୁକ୍ତ। ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ରାଜ୍ୟର ବିଜାପୁର ଡିଭିଜନରେ ସାମିଲ ଥିବା ମମତା ପଡ଼ିଆମୀ ଏସଏଲଆର ସହ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଠାରୁ ଟିଫିନ ବୋମା ସହିତ ଅଫୁଟା ଗୁଳି ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ। ୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର ଅଞ୍ଚଳର ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିଲେ । ମମତାଙ୍କ ଠାରୁଗୋଟିଏ ରାଇଫଲ ଏଵଂ ୧୦ ପ୍ରକାର ବିଭିନ୍ନ ଗୋଳାବାରୁଦ ଜବତ ହୋଇଛି । ସରକାରଙ୍କ ଆତ୍ମ ସମର୍ପଣ ନୀତିରେ ଅନୁପ୍ରାଣିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି । .ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଉଛି। ବୁଧବାର ମାଲକାନଗିରି ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଥିଲା। ଆଜି କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଇଛି। ତେବେ କୋରାପୁଟ ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇଥିଲେ ମଧ୍ୟ ପୁଲିସର ନଜର ରହିଛି ବୋଲି ଡିଆଇଜି କହିଛନ୍ତି।

You might also like