RBIର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା ।  ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। ଏହା ୭ଟି ତ୍ରୟମାସରେ ସର୍ବନିମ୍ନ। ଅନ୍ୟପକ୍ଷରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ୬ ପ୍ରତିଶତକୁ ଅତିକ୍ରମ କରି ୬.୨୧ ପ୍ରତିଶତରେ ପହଞ୍ଚିଥିଲା। ସଞ୍ଜୟଙ୍କ ନିଯୁକ୍ତି ପରେ ଫେବୃଆରୀ​‌େ​‌ର ଅନୁଷ୍ଠିତ ହେବାକୁ ଥିବା ମୁଦ୍ରା ନୀତି କମିଟି ବୈଠକରେ ସୁଧ ହାର ହ୍ରାସ ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି।

Leave A Reply

Your email address will not be published.

15 + nine =