୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଲେ ବ୍ୟାଙ୍କ ମ୍ୟାନେଜର

ଛତିଶଗଡ଼ର ବିଳାସପୁରର ଏକ ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟାଙ୍କ ଅଧିକାରୀ ଋଣ ଦେବା ନାଁରେ ୩୯୦୦୦ ଟଙ୍କାର ଦେଶୀ କୁକୁଡ଼ା ଖାଇ ଯାଇଛନ୍ତି । ଜଣେ କୁକୁଡ଼ା ଫାର୍ମ ପରିଚାଳକ ଏସବିଆଇ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ୧୨ ଲକ୍ଷ ଋଣ କରାଇଦେବାକୁ କହି ବ୍ୟାଙ୍କ ମ୍ୟାନେଜର ଏବଂ କର୍ମଚାରୀମାନେ ପ୍ରତ୍ୟେକ ଶନିବାର ଦିନ ଏକ ପାର୍ଟି କରି ମୋଟ ୩୯ ହଜାର ମୂଲ୍ୟର ଚିକେନ୍ ଖାଇ ଦେଇଛନ୍ତି। ଏହା ସତ୍ତ୍ବେ ଋଣ ଦିଆଗଲା ନାହିଁ କିମ୍ବା କୁକୁଡ଼ା ବାବଦକୁ ଟଙ୍କା ଫେରସ୍ତ କଲେ ନାହିଁ। ଏନେଇ ପୀଡିତ ଜଣକ ଏସଡିଏମ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଯଦି ନ୍ୟାୟ ନପାଆନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ବି ଦେଇଛନ୍ତି।ତେବେ ସେ କୁକୁଡ଼ାର ମୂଲ୍ୟ ଏବଂ ଋଣ ରାଶି ଦେବାକୁ ନିବେଦନ କରିଛନ୍ତି । ସେପଟେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.

18 − 9 =