ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT । ଘରୋଇ ସଂସ୍ଥା ଗୁଡ଼ିକ ଠାରୁ CRUT ଟେଣ୍ଡର୍ ଆହ୍ବାନ କରିଥିବା ଜଣାପଡିଛି । ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଚଳାଚଳ କରିବା ପାଇଁ CRUT ଯୋଜନା କରିଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ୍ ଆସିବ । ଏହି ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ । ସଂପୃକ୍ତ ସଂସ୍ଥା ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ଯୋଗାଇବ । ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ଚୁକ୍ତି ବଢାଯାଇପାରେ ।