ମୁହଁରେ କଳା ବୋଳି, ବେକରେ ଜୋତା ମାଳ ପକାଇ ଗାଁ ବୁଲାଇଲେ

କେନ୍ଦୁଝର (ରାଜ୍ୟକାହାଣୀ)  କେନ୍ଦୁଝର ଜିଲ୍ଲା ତେଲକୋଇରେ କଙ୍ଗାରୁ କୋର୍ଟ । ଧାନ ଚୋରି କରିବାରୁ ଦୁଇ ଯୁବକଙ୍କ ବେକରେ ଜୋତା ମାଳ ପିନ୍ଧାଇବା ସହ ମୁହଁରେ ଚୁନକାଳି ବୋଳି ଗାଁ ଦାଣ୍ଡରେ ବୁଲାଇଲେ ଲୋକେ। ରବିବାର ବିଳମ୍ୱିତ ରାତିରେ ତେଲକୋଇ ଥାନା ଡ଼ିମିରିମୁଣ୍ଡା ଗାଁର ସୁରେଶ ପ୍ରଧାନଙ୍କ ଘରୁ ଧାନ ଚୋରି ହୋଇଥିଲା। ସୁରେଶଙ୍କ ଘରର ଝରକା ତାଡି ସେହି ଗାଁର ବାବୁଲି ପ୍ରଧାନ ଓ ଆଖି ପଧାନ ଧାନ ବସ୍ତା ଚୋରି କରୁଥିଲେ! ଏ ସମ୍ପର୍କରେ ପଡୋଶୀ ଶତ୍ରୁଘ୍ନ ମହାକୁଡ଼ ଜାଣିପାରିଥିଲେ। ସେ ସେମାନଙ୍କ ଭିତରୁ ଆଖି ପଧାନଙ୍କୁ ଧରି ପକାଇଥିଲେ। ଏଥିସହ ସେ ଚିତ୍କାର କରିଥିଲେ। ଶତ୍ରୁଘ୍ନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠି ପଡ଼ିଥିଲା। ଆଖି ପଧାନଙ୍କ ବୟାନ୍‌ ଆଧାରରେ ବାବୁଲି ପଧାନଙ୍କୁ ଉଠାଇ ଆଣି ଗାଁ ମଣ୍ଡପରେ ବାନ୍ଧି ଦେଇଥିଲେ।ସୋମବାର ସକାଳୁ ମୁହଁରେ ଚୂନ କାଳି ଓ ବେକରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଉଥିବା ଭିଡିଓ ଭାଇରାଲ ହେବା ପରେ ଗାଁରେ ପହଞ୍ଚିଥିଲା ତେଲକୋଇ ଥାନା ପୁଲିସ୍‌। ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପରେ କଙ୍ଗାରୁ କୋର୍ଟରେ ସାମିଲ୍‌ ହୋଇଥିବା ଲୋକ ଓ ଦୁଇ ତଥାକଥିତ ଚୋରଙ୍କୁ ପୁଲିସ୍‌ ନୋଟିସ୍‌ କରିଥିଲା।

Leave A Reply

Your email address will not be published.

three × 1 =