କୁହୁଡ଼ି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି। ତେବେ ଶୁକ୍ରବାର ଘନ କୁହୁଡ଼ି ନେଇ ଏସଆରସି ସତର୍କ କରାଇଛନ୍ତି। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ। ତେବେ ଆସନ୍ତା ୨୭ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ୨୮ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୩ ଜିଲା ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ପଡିବା ନେଇ ଆଲର୍ଟ କରାଯାଇଛି। ଆଜି ରାତି, କାଲି ସକାଳ ଓ ରାତିରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଘନ କୁହୁଡ଼ିଜନିତ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.

1 × 1 =