ଆମେରିକାର ଭୁଲ ନିଷ୍ପତି ଯୋଗୁଁ ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଭୟ । 

ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ଅନୁମତି ଦେବା ପରେ  ପୁଟିନ୍‌ ଏହାର ଦୃଢ଼ ଜବାବ ଦେଇଛନ୍ତି।  ରୁଷର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଜରୁରୀ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ରୁଷ୍‌ ନିଜର ସୁରକ୍ଷା ପାଇଁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି । ଆଗକୁ ଆମେରିକାରେ ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପଦକ୍ଷେପ ଏକ ନୂଆ ଯୁଦ୍ଧର ଅୟମାରମ୍ଭ କରିଛି । ତେବେ ୟୁକ୍ରେନ ଉପରେ ଋଷିଆ ସୋମବାର ବଡ଼ ଧାରଣର ଆକ୍ରମଣ କରିଛି। କ୍ଲଷ୍ଟର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଋଷୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ସୋମବାର ଉତ୍ତର ୟୁକ୍ରେନର ସୁମି ସହରକୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣରେ ୨ ଜଣ ଶିଶୁଙ୍କ ସମେତ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୪ ଜଣ ଆହତ ହୋଇଛନ୍ତି। ରିଜୋନାଲ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଅନୁସାରେ ଆହତଙ୍କ ମଧ୍ୟରେ ଥିବା ୬ ଜଣ ପିଲାଙ୍କ ଅବସ୍ଥା ଉଦବେଗଜନକ ରହିଛି। ସେହିପରି ପ୍ରାଣ ହରାଇଥିବା ୨ ପିଲାଙ୍କ ବୟସ ୧୪ ବର୍ଷ ମଧ୍ୟରେ ଅନୁମାନ କରାଯାଇଛି।

Leave A Reply

Your email address will not be published.

5 + 1 =