ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ ଶରଦ ପାୱାର, ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ନିଜ ଦଳ ପାଇଁ ଲୋକଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ପଡୁଛି ଭୋଟ୍ । ଝାଡ଼ଖଣ୍ଡ ବିଧାନସଭାର ମୋଟ୍ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ୧୩ ତାରିଖରେ ପଡ଼ିଥିଲା । ମୋଟ ୪୩ଟି ଆସନ ଲାଗି ମତଦାନ ହୋଇଥିଲା । ଏଥର ଦ୍ୱିତୀୟ ପର୍ୟ୍ୟାୟରେ ମୈଦାନରେ ମୋଟ୍ ୫୨୮ ପ୍ରାର୍ଥୀ ରହିଛନ୍ତି । ପାଖାପଖି ୧ କୋଟି ୨୩ ଲକ୍ଷ ମତଦାତା ଭୋଟ୍ ଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଗ୍ନିପରୀକ୍ଷା ରହିଛି । ଏହି ପର୍ୟ୍ୟାୟରେ ପତ୍ନୀ କଳ୍ପନା ସୋରେନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।