ବିଷ୍ଣୁଙ୍କ ଅବତାର କହି କରାଯାଉଥିଲା ପ୍ରଚାର, ଯୁବତୀ ସହିତ ନଜର ଆସିଲେ ବାବା 

ଭୁବନେଶ୍ୱର(ରାଜ୍ୟକାହାଣୀ)ଖୋଲୁଛି କଳକୀ ବାବାଙ୍କ ଭାଣ୍ଡାମୀର ଗୁମର। ସାମ୍ନାକୁ ଆସୁଛି ଭଣ୍ଡ କଳ୍‌କୀ ବାବାଙ୍କୁ ନେଇ ନୂଆ ନୂଆ ତଥ୍ୟ । କୁନି ବାବାଙ୍କୁ ବିଷ୍ଣୁ ଅବତାର ଭାବେ ସଜାଯାଇଥିଲା । ବିଷ୍ଣୁଙ୍କ ଫଟୋ ସହ କୁନି ବାବାଙ୍କ ଫଟୋ ରଖାଯାଇ, ବହି କରି ଅନୁଗାମୀଙ୍କୁ ବଣ୍ଟା ଯାଉଥିଲା । ୩ ବର୍ଷ ବୟସରେ ବୋଲେରୋ ଗାଡ଼ି ଚଳାଉଥିଲେ କୁନି ବାବା । ୪୦ ରୁ ୫୦ କିଲୋମିଟର ବେଗରେ ବୋଲେରୋ ଗାଡ଼ି ଚଳାଇଥିବା ବହିରେ ଲେଖିଛନ୍ତି ବାବାଙ୍କ ଭକ୍ତ କ୍ରିଷ୍ଣା । ଅଙ୍କା ବଙ୍କା ରାସ୍ତାରେ ବି ନିର୍ଭୁଲ ଭାବେ ଗାଡ଼ି ଚାଳନା କରିଥିବା ଭଣ୍ଡ ବାବା କଳକୀଙ୍କ ବହିରେ ଲେଖାଯାଇଛି । ଅନୁଭୂତିରେ ଭଗବାନ- ଶ୍ରୀ ଶ୍ରୀ ସତ୍ୟଅନନ୍ତ ନାଁରେ ବହିଟି ଛପାଯାଇ ଅନୁଗାମୀଙ୍କୁ ବଣ୍ଟା ଯାଉଥିଲା ।ତେବେ ଆତ୍ମଘୋଷିତ ବାବାଙ୍କ ଆସିଛି ନୂଆ ବିବାଦୀୟ ଫଟୋ। ଜଣେ ଯୁବତୀଙ୍କ ସହ ନଜର ଆସୁଛନ୍ତି ଯୁବ ବାବା। ଦାମି ଗାଡ଼ିରେ ଯୁବତୀଙ୍କୁ ଧରି ବୁଲୁଥିଲେ ବାବା। ପୂର୍ବରୁ ବାବାଙ୍କ ଦାମି ଗାଡ଼ିର ଫଟୋ ଆସିଥିଲା।

 ଏବେ ସେହି କୁନୀ କଳକୀ ଅବତାର ନେଇଥିବା ବାବାଙ୍କ ଆସିଛି ନୂଆ ଫଟୋ। ଆଉ ସେଠାରେ କେମିତି ଚାଲିଥିବା ପୂଜାର୍ଚ୍ଚନା ଏହାର ଭିଡିଓ ମଧ୍ୟ ଆସିଛି।ଖଣ୍ଡଗିରି ବାରି ଅଞ୍ଚଳରେ ରହୁଥିବା ଭଡା ଘରୁ ପତିପତ୍ନୀ ଫେରାର ହୋଇଯାଇଛନ୍ତି। ଆଶ୍ରମକୁ ଜଗି ରହିଛନ୍ତି ପୋଲିସ। ଖୁବଶୀଘ୍ର ଆଶ୍ରମ ଉଛେଦ କରିପାରେ ପ୍ରଶାସନ। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଏ ଏବଂ ଜିଏ ବିଭାଗ କରିଥିଲା ମାପଚୂପ। ଦୁଇଟି ପ୍ଳଟର ୦.୧୪୦ ଡିସିମିଲ୍ ସରକାରୀ ଜମିରେ ଆଶ୍ରମ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.

three × 5 =