ଜଙ୍ଗଲରେ ୩ ହାତୀ ଅପମୃତ୍ୟୁ ଘଟଣା । ଜବାବ ରଖିବେ ରାଜ୍ୟ ସରକାର

ଭୁବନେଶ୍ୱର(ରାଜ୍ୟକାହାଣୀ) ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ୩ ହାତୀ ଅପମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ଦାୟର କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍ ଆଘାତରେ ୩ ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଦ୍ୟୁତ୍‌ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର ସକାଳୁ ବୁରୋମାଳ ଜଙ୍ଗଲ ନିକଟସ୍ଥ ଚାଷଜମିରେ ୩ ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ପହଞ୍ଚି ୩ ମୃତଦେହ ଜବତକରି ତଦନ୍ତ କରିଥିଲେ। ଘୋଷରାମାଳ ଅଞ୍ଚଳର କେତେକ ବ୍ୟକ୍ତି ବାର୍‌ହା ଶିକାର ପାଇଁ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟାଣି ତଳେ ବିଛାଇଥିଲେ।ଘଟଣାସ୍ଥଳରେ ଏକ ଛୁଆହାତୀ ସମେତ ୩ ମାଈ ହାତୀର ମୃତ୍ୟୁ ଘଟିଥିଲା।ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ବେଗ ପ୍ରକାଶ କରିଥିଲେ । ହାତୀ ମୃତ୍ୟୁର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଥିଲେ ।

Leave A Reply

Your email address will not be published.

19 − 5 =