ପୁଅକୁ ମାରି ମାଟିରେ ପୋତିଦେଲେ ମାଆ ଓ ବାପା । 

ଭୁବନେଶ୍ୱର(ରାଜ୍ୟକାହାଣୀ) ନିଶାଗ୍ରସ୍ତ ଅବସ୍ଥାରେ ସୈତାନ ସାଜିଲେ ମା’-ବାପା ।  ପୁଅକୁ ମାରି ମାଟିରେ ପୋତିଦେଲେ ।  ନିଜ ଜନ୍ମ କଲା ସନ୍ତାକୁ ହତ୍ୟାକରିବା ପରେ ଏପରି କରିଛନ୍ତି ବାପା ମାଆ । ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିର ଘଟଣା ।ଚୌଦ୍ଵାର ପୋଲିସ ଖବର ପାଇ ବାପା ମା ଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହାସହ ପୁଅର ଶବକୁ ଜବତ କରି ପୋଲିସ ସବୁ ଦିଗରୁ ଛାନ୍‌ଭିନ୍ କରୁଛି । ତେବେ ଏଭଳି ଜଘନ୍ୟ କାଣ୍ଡ କରିବାର କାରଣ କଣ ଜଣାପଡିନି । ସୂଚନା ଅନୁୟାୟୀ , ଗତକାଲି ବିଳମ୍ବିତ ରାତିରେ ଶିଶୁପୁତ୍ରର ବାପା ରାଜୁ ହେମ୍ବ୍ରମର ୩ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ ।  ରାଜୁ ଓ ତାଙ୍କ ସ୍ତ୍ରୀ ଆସିଥିବା ବନ୍ଧୁଙ୍କ ସହ ମିଶି ମଦ ପିଇବା ପରେ ନିଶାଗ୍ରସ୍ତ ହୋଇ ଶିଶୁଟି ଶୋଇଥିବା ଅବସ୍ଥାରେ ଚଢି ଯାଇଥିଲେ।  ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା  ।  ଭୋରୁ ବାପାମାଆ ତରବରିଆ ଭାବେ ଏକ ପରିତ୍ୟକ୍ତ ସ୍ଥାନରେ ଶିଶୁକୁ ପୋତି ଦେଇଥିଲେ ।  ଏନେଇ କିଛି ସ୍ଥାନୀୟ ଯୁବକ ଚୌଦ୍ଵାର ପୋଲିସକୁ ଖବର ଦେଇଥିଲେ । 

Leave A Reply

Your email address will not be published.

twenty + nineteen =