ଆସନ୍ତା ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବନି । 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଗକୁ ଆହୁରି ଥରାଇବ। ୧୫ ଡିଗ୍ରୀ ତଳେ ୧୬ ସହର । ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ତଳେ ରେକର୍ଡ କରାଯାଇଛି।  ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି ।  ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଜିଲ୍ଲାଗୁଡ଼ିକର  ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ ।  ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼,  କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ  ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି ।    ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ  ସେଲସିୟସ ଏବଂ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଭୁବନେଶ୍ବର ଏବଂ  କଟକରେ  ତାପମାତ୍ରା ୧୬.୦୮ଡିଗ୍ରୀ ରେକର୍ଡ   ହୋଇଛି । 

Leave A Reply

Your email address will not be published.

14 + twelve =