ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା:ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୫୯ ହଜାର ୯୭୬ ମେଟ୍ରିକ ଟନ୍ ଧାନ ମିଲର୍ସ ଉଠାଇଛନ୍ତି। ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର। ଗତକାଲି ମିଲର୍ସଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ।
ସୂଚାନମୂତାବକ ମିଲର୍ସଙ୍କ ଆନ୍ଦୋଳନ ଜାରି ରହିଛି । ଶୀତ କାକରରେ ଧାନବସ୍ତା ଧରି ବସି ରହିଛନ୍ତି ଅନ୍ନଦାତା। ସରକାର କେବେ କିଣିବେ ଚାଷୀଙ୍କ ଧାନ, ତାହା ଏବେ ବି ଅସ୍ପଷ୍ଟ। ରାତି ତମାମ ଅନିଦ୍ରା ରହି ଧାନ ଖଳାରେ ପାଳି ପାଳି କରି ଅମଳ ଧାନକୁ ଜଗୁଛନ୍ତି ଚାଷୀ ।ଅନ୍ୟପଟେ ରାଜ୍ୟରେ ମିଲର୍ସ ଆନ୍ଦୋଳନକୁ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମିଲର୍ସଙ୍କ ୪ ଦଫା ଦାବି ପୂରଣର କୌଣସି ଯଥାର୍ଥତା ନାହିଁ ବୋଲି ସିଧାସିଧା କହିଛନ୍ତି ମନ୍ତ୍ରୀ। ଏବେ ଧାନ କିଣା ସିଜିନ ଚାଲିଛି, ତେଣୁ ସରକାରଙ୍କୁ ହରଡ଼ ଘଣାରେ ପକାଇବାକୁ ମିଲର୍ସ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

You might also like