ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର(ରାଜ୍ୟକାହାଣୀ) ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଆସନ୍ତା ନଭେମ୍ବର ୨୨ରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି ।ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀ  ସ୍ଥାନୀୟ ଯୁବକମାନେ ଦୁର୍ବବ୍ୟହାର କରିଥିବାର ଅଭିଯୋଗ ପାଇଁ ଆସିଥିଲେ । ଏହି ସମୟରେ ଥାନାରେ ପୋଲିସ ଏବଂ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏପିରିକି ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ ସୃଷ୍ଟି କରିଥିଲା । ଆଉ ଶେଷରେ ପୋଲିସ ଡିଜି ଭରତପୁର ତତ୍‌କାଳୀନ ଆଇଆଇସିଙ୍କ ସମତେ ୫ ଜଣଙ୍କ ସସ୍‌ପେଣ୍ଡ କରିଥିଲେ । ଆଉ ଏହାପରେ ଘଟଣାର ତ୍ୱରିତ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । 

Leave A Reply

Your email address will not be published.

1 × four =