ପେସା ଆଇନ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର

ଭୁବନେଶ୍ୱର(ରାଜ୍ୟକାହାଣୀ) ଜନତା ମଇଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ  ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ଅନ୍ୟପକ୍ଷେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ । ଏହାସହ ଜଙ୍ଗଲ ଆଇନ କାର୍ଯ୍ୟକାରିତାର ସ୍ଥିତି ମଧ୍ୟ ଜାଣିପାରିବେ ସରକାର । ପ୍ରଥମ ଥର ପାଇଁ ଅନଲାଇନ ଜରିଆରେ ଆବେଦନ କଲେ ଆଦିବାସୀ ହିତାଧିକାରୀଙ୍କୁ ମିଳିବ ଜମି ପଟ୍ଟା । ସେହିପରି ଜନଜାତୀୟ ଗୌରବ ଦିବସ ଅବସରରେ ଏକାଧିକ ପ୍ରକଳ୍ପର ଶୁଭରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଗୋଠପାଟଣା ଠାରେ ଜନଜାତି ଐତିହ ଓ ସ୍ୱାଭିମାନ ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସହ ରାଜ୍ୟରେ ୪୨୬ଟି ଆବାସିକ ବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.

eleven − 4 =