ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସରୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ ଅଭିଜିତ। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି | ସେପ୍ଟେମ୍ବର ୪ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ନ୍ୟୁରୋ ସମସ୍ୟା ନେଇ ସେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡିଥିଲେ। ଦେହ ଖରାପ ଲାଗି ତାଙ୍କ ଦେହରେ ଅନେକ ଅଙ୍ଗ କାମ କରୁନଥିଲା । ସେ ଆଇସିୟୁରେ ଥିଲେ। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ବର୍ତ୍ତମାନ ତାଙ୍କ ସବୁ ଅର୍ଗାନ ଠିକ୍ ଭାବେ କାମ କରୁଛି । ତେଣୁ ତାଙ୍କୁ ଖୁବଶୀଘ୍ର ମେଡିକାଲକୁ ଡିସଚାର୍ଜ କରାଯିବ ।

You might also like