କାର୍ତ୍ତିକ ମାସରେ କନ୍ଦାଉଛି ପରିବା ଦର

ଭୁବନେଶ୍ୱର(ରାଜ୍ୟକାହାଣୀ)ଧର୍ମ ମାସ କାର୍ତ୍ତିକ ମାସ ବୋଲି ସମସ୍ତଙ୍କୁ ଜଣାଥିବା ବେଳେ ଏହି କାର୍ତ୍ତିକ ମାସରେ ଆମିଷ ପ୍ରାୟ ଲୋକଙ୍କ ଘରେ ହୋଇନଥାଏ । ସେଥିପାଇଁ ଏଭଳି ସ୍ଥିତିରେ ପରିବା ଦର ଖାଉଟିଙ୍କୁ କନ୍ଦାଉଛି। ହାଟ, ବଜାରକୁ ଗଲେ ୫ଶହ କ’ଣ, ହଜାରେ ଟଙ୍କାରେ ବି ବ୍ୟାଗ ପୂରୁନି । ଏବେ ସପ୍ତାହକୁ ଅଧିକ ଟଙ୍କାର ପରିବା ଆଣିବାକୁ ପଡ଼ୁଛି। ଏବେ ପନିପରିବା ଦର ଯେଉଁଭଳି ରହିଛି ଆଗକୁ ପଞ୍ଚୁକ ପ୍ରଭାବିତ ହେବ। ଅଧିକାଂଶ ପରିବା ର ଦର ୮୦ ଟଙ୍କା ଉପରେ ଦେଖିବାକୁ ମିଳିଛି । ଆଳୁ କୁ ଛାଡ଼ି ଅନ୍ୟ ସମସ୍ତ ପରିବା ୫୦ ରୁ ୮୦ ଟଙ୍କା ଅଟେ। 

Leave A Reply

Your email address will not be published.

19 − 3 =