୧୨୪ ମିଠା ନମୁନାରୁ ୪୩ ନିମ୍ନମାନର କିନ୍ତୁ ପାହାଳ ମିଠା ନିମ୍ନମାନର ନୁହେଁ
ଭୁବନେଶ୍ଵର (ରାଜ୍ୟ କାହାଣୀ) ପାହାଳ ମିଠା ଉତ୍କୃଷ୍ଟ ମାନର । ମିଠା ନମୁନା ପରୀକ୍ଷାରେ ପାହାଳ ମିଠା ନିମ୍ନମାନର ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ଯେ, ରାଜ୍ୟର ରାଜ୍ୟର ୩୮ଟି ୟୁଏଲ୍ବିର ବିଭିନ୍ନ ମିଠା ଦୋକାନରୁ ନମୁନା ସଂଗ୍ରହ କରାଯାଇଥିଲା । ସଂଗ୍ରହ କରାଯାଇଥିବା ୧୨୪ଟି ନମୁନା ମଧ୍ୟରୁ ୪୩ଟି ନମୁନା ସବ୍ଷ୍ଟାଣ୍ଡାର୍ଡ ବା ନିମ୍ନମାନର ଥିବା ଜଣାପଡ଼ିଛି ।ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅନ୍ୟପଟେ ନିଆଳିରୁ କଟକ ଆସୁଥିବା ଛେନା ଏବଂ ପନିରରେ ମଇଦା ଏବଂ ସର୍ଫ ଗୁଣ୍ଡ ମିଶୁଥିବା ଅଭିଯୋଗକୁ ଖଣ୍ଡନ କରିଛି ନିଆଳି ଯାଦବ ମହାସଭା । ନିଆଳି ଛେନାକୁ ଅଶୁଦ୍ଧ କହି ନିଆଳିକୁ ବଦନାମ୍ କରାଯାଉଛି, ଯାହାକୁ ବିରୋଧ କରିଛନ୍ତି ଯାଦବ ମହାସଭା ।