ମେଡିସିନରେ ତିନି ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର, ‘ଅପ୍ଟୋଜେନେଟିକ୍ସ’ ଉପରେ ଗବେଷଣା ପାଇଁ ମିଳିଲା ସମ୍ମାନ
ମେଡିସିନ୍ କ୍ଷେତ୍ରରେ ୨୦୨୬ ମସିହା ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଜର୍ମାନୀର ପିଟର ହେଗେମାନ୍ ଓ ଜର୍ଜ ନାଗେଲ୍ ଏବଂ ଆମେରିକାର କାର୍ଲ ଡାଇସେରୋଥ୍ଙ୍କୁ ମିଳିଛି ଏହି ସମ୍ମାନ। ବିଜେତାଙ୍କୁ ୧୨ ନିୟୁତ ସ୍ୱିଡିସ୍ କ୍ରାଉନ୍ (୧.୨ ନିୟୁତ ଡଲାର) ପୁରସ୍କାର ରାଶି ପ୍ରଦାନ କରାଯିବ, ଯାହା ବିଜେତାଙ୍କ ମଧ୍ୟରେ ଭାଗ କରାଯିବ ।ମସ୍ତିଷ୍କ ଦ୍ୱାରା ବ୍ୟକ୍ତିଗତ ସ୍ନାୟୁ କୋଷର କାର୍ଯ୍ୟକଳାପକୁ ଚାଲୁ କିମ୍ବା ବନ୍ଦ କରିବା ପାଇଁ ବ୍ୟବହାର କରାଯାଉଥିବା ପଦ୍ଧତି ଉପରେ ତିନି ବୈଜ୍ଞାନିକ ଗବେଷଣା କରୁଥିଲେ । ନୋବେଲ ଆସେମ୍ବଲି ବୈଜ୍ଞାନିକଙ୍କୁ ପ୍ରଶଂସା କରି କହିଛି, ଏହି ପଦ୍ଧତି “ବର୍ତ୍ତମାନ ମସ୍ତିଷ୍କର ରହସ୍ୟ ଜାଣିବା ପାଇଁ ବିଶ୍ୱର ବିଭିନ୍ନ ପରୀକ୍ଷାଗାରରେ ବ୍ୟବହୃତ ହେଉଛି ।”ନୋବେଲ ଆସେମ୍ୱଲିର ସୂଚନା ଅନୁଯାୟୀ, ଡେସେରୋଥ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ, ହେଗେମ୍ୟାନ୍ ବର୍ଲିନର ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟରେ ଏବଂ ନାଗେଲ୍ ଜର୍ମାନୀର ୱର୍ଜବର୍ଗ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।