ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ 

ଗ୍ରେଟର ନୋଏଡ଼ାର ଏକ ଆପାର୍ଟମେଣ୍ଟରେ  ଗଞ୍ଜେଇ ଚାଷ କରି ଜଣେ ଯୁବକ ହରଡ଼ ଘଣାରେ ପଡ଼ିଛି। ପୁଲିସ ଚଢ଼ଉ କରି ଗଞ୍ଜେଇ ଗଛଗୁଡ଼ିକୁ ଜବତ କରିବା ସହ ଉକ୍ତ ଯୁବକକୁ ଗିରଫ କରିଛି। ତାଙ୍କ ନାଁ ରାହୁଲ ଚୌଧୁରୀ । ତାଙ୍କ ଘରୁ ୮୦ଟି ଗଞ୍ଚେଇ ଗଛ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତା’ ସହିତ ତାଙ୍କ ଘରୁ ଗଞ୍ଜେଇ ମଞ୍ଜି, ସାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଘର ଭିତରେ ବେଆଇନ ଗଞ୍ଜେଇ ଚାଷ କରିବା ଯେତିକି ଆଲୋଚନାର ପ୍ରସଙ୍ଗ ହୋଇଛି ରାହୁଲଙ୍କ ଗିରଫ ପଛର କାହାଣୀ ମଧ୍ୟ ସେତିକି ରୋଚକ ଅଟେ। କିଛିଦିନ ପୂର୍ବେ ବେଙ୍ଗାଲୁରୁର ଏକ  ଦମ୍ପତି ନିଜ ଛାତ ଉପରେ କରିଥିବା ଉଦ୍ୟନର ଭିଡିଓ  ଫେସ୍‌ବୁକ୍‌ରେ ଛାଡ଼ିଥିଲେ। 

ଏଥିରେ ଏକ ଫୁଲକୁଣ୍ଡରେ ଗଞ୍ଜେଇ ଗଛଟିଏ ଲାଗିଥିବା ଦେଖି କେତେକ ପ୍ରତିକ୍ରିୟା ଦେଇଥିଲେ। ଏହି ଭିଡିଓଟି ଶେଷରେ ପୁଲିସ  ନଜରକୁ ଆସିଥିଲା। ପରେ ଅନୁସନ୍ଧାନରେ ଗ୍ରେଟର ନୋଏଡାରେ ମଧ୍ୟ‌ ଏକ ଆପାର୍ଟମେଣ୍ଟରେ ବେଆଇନ ଗଞ୍ଜେଇ ଚାଷ ଓ କାରବାର ହେଉଥିବା ଜଣାପଡ଼ିଥିଲା।ଗ୍ରେଟର ନୋଏଡା ପୁଲିସ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାର୍ଶ୍ୱନାଥ ପାନୋରମା ସୋସାଇଟିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ରାହୁଲ ଚୌଧୁରୀ ତାଙ୍କ ଘରେ ଫୁଲ କୁଣ୍ଡରେ ଗଞ୍ଜେଇ ଚାଷ କରିଥିବା ଦେଖିବାକୁ ମିଳିଥିଲା। ପୂରା କିଚେନ୍ ଗାର୍ଡେନ ଶୈଳୀରେ ସେ ଗଞ୍ଜେଇ ଚାଷ କରିଥିଲେ। ଅଭିଯୁକ୍ତ ଗଞ୍ଜେଇ ଗଛ ପିଛା ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ।

Leave A Reply

Your email address will not be published.

3 × five =