କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ,ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ନେଇଗଲେ କୋଟିଏ ଟଙ୍କା

ଫିଲ୍ମ ଷ୍ଟାଇଲରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଜଣେ ପୂର୍ବତନ ସେନାଧିକାରୀଙ୍କ ଠାରୁ ସାଇବର ଠକେଇ । ତାହା ପୁଣି ଲକ୍ଷେ, କି 5 ଲକ୍ଷ ନୁହେଁ, ବରଂ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‌ । ନିଜକୁ କେନ୍ଦ୍ରୀୟ ସଂସ୍ଥା ‘ଏନସିବି’ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଆରେଷ୍ଟ ଧମକରେ ସାଇବରଠକଙ୍କ ଏକ ଗୋଷ୍ଠୀ ଏହି ଲୁଟ୍‌ କରିଥିବା ଅଭିଯୋଗକାରୀ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ପ୍ରାଥମିକ ଭାବେ ମୁମ୍ବାଇରୁ ଏହି କଲ ଆସିଥିବା ପୋଲିସ ଜାଣିବାକୁ ପାଇଛି ।ଟକର ଜଣେ ପୂର୍ବତନ ସେନା ଅଧିକାରୀ ଏହିଭଳି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି |ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ  ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ଅଧିକାରୀ ପରିଚୟ ଦେଇଥିଲା । ତୁମ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ମନି ଲଣ୍ଡରିଂ ଅଭିଯୋଗ ରହିଥିବା କହିଥିଲେ ।

ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାମରେ ତୁମର ସଂପୃକ୍ତ ରହିଛି। ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତୁମର ବିଚାର ଚାଲିବ, ତମେ ଉପସ୍ଥିତ ରହିବ। ଅଭିଯୋଗକାରୀ କହିଛନ୍ତି, ‘‘ଏହାପରେ ପୁଣି ୧୯ ତାରିଖରେ ହ୍ବାଟ୍ସଆପରେ ଆଉ ଏକ ଭିଡିଓ କଲ ଆସିଲା । ଅଭିଯୁକ୍ତମାନେ ବସିଥିବା ସ୍ଥାନ ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା । ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । କହିଥିଲେ ତମ ବିରୋଧରେ ଆର୍ଥିକ ଠକେଇ ଅଭିଯୋଗ ହୋଇଛି । ତେଣୁ ତୁମେ ଡ଼ିଜିଟାଲ ଆରେଷ୍ଟ ହୋଇଛ ଓ ବେଲ ପ୍ରଦାନ କରାଯିବ ନାହିଁ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ । ମାମଲା ସରିବା ପରେ ତମେ ଟଙ୍କା ଫେରସ୍ତ ପାଇବ । ମାମଲା ସରିବା ପରେ ଟଙ୍କା ଫେରିପାଇବ। ପ୍ରଥମେ ୬୭ ଲକ୍ଷ ଏବଂ ଏହାପରେ ଫିକ୍ସଡ୍ ଡିପୋଜିଟ ଥିବା ଟଙ୍କା ଉଠାଇ ପଠାଇବା ସହିତ ପରଦିନ ପୁଣି ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲେ। ଏଣୁ ଠକେଇର ଶିକାର ହୋଇଥିବା ଜାଣିପାରି ସେନା ଅଧିକାରୀ ଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.

1 × five =