ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲା ସ୍ବାମୀ । 

ପତ୍ନୀଙ୍କ ନିର୍ଯାତନା ସହିତ ନପାରି ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍‌ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।ମୃତ୍ୟୁ ପୂର୍ବରୁ ୫୪ ମିନିଟର ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି ପୀଡିତ ପୁରୁଷ । ପୁନିତ୍ ଖୁରାନା ନାମକ ଉକ୍ତ ବ୍ୟକ୍ତି ପତ୍ନୀ  ମାଣିକ ଜଗଦୀଶ ପହୱାଙ୍କୁ ନେଇ ସବୁବେଳେ ଟେନସନରେ ରହୁଥିବା କଥା ପରିବାର ପୁଲିସକୁ କହିଛନ୍ତି । ପୂର୍ବରୁ ଛାଡ଼ପତ୍ର ଫାଇଲ୍ ହୋଇଥିଲେ ହେଁ ପତ୍ନୀଙ୍କ ଅତ୍ୟାଚାରକୁ ସହି ପାରୁନଥିଲେ ପୁନିତ୍ । ଏହାଛଡ଼ା ୨ ପରିବାର ଭିତରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା । ପୁନିତ୍ ଙ୍କ କିଛି ମେଡିକାଲ୍ ରିପୋର୍ଟ ମଧ୍ୟ ପୁଲିସ୍ ହାତରେ ଲାଗିଛି । ପୁନୀତଙ୍କ ଭଉଣୀ ଲୀନା କହିଛନ୍ତି, ମୋ ଭାଇଙ୍କୁ ମାଣିକ ବହୁତ ନିର୍ଯାତନା ଦେଇଛନ୍ତି। ମାଣିକଙ୍କ ପରିବାର ଲୋକେ ପ୍ରୋପର୍ଟୀ ବିଜ୍‌ନେସ କରନ୍ତି। ମୋ ବାପାଙ୍କର ରୋହିଣୀରେ ଏକ ଘର ଥିଲା। ସେମାନେ ଉକ୍ତ ଘରକୁ ବିକ୍ରି କରାଇ ଦେବେ ବୋଲି କହିଥିଲେ। ମୋ ଭାଇ ସେମାନଙ୍କ ଉପରେ ବିଶ୍ୱାସ କରି ବିକ୍ରି କରାଇ ଦେବା ପାଇଁ କହିଥିଲେ। ଘର ବିକ୍ରି ହୋଇଗଲା। ସେମାନେ ସୁଧ ଦେବେ କହି ଘର ବିକ୍ରିରୁ ମିଳିଥିବା ଟଙ୍କା ଭାଇକୁ ଦେଲେ ନାହିଁ। ପରେ ସୁଧ ଦେଲେନି କି ଉକ୍ତ ଘର ବିକ୍ରିରୁ ମିଳିଥିବା ଟଙ୍କା ମଧ୍ୟ ଦେଲେନି। ତା’ ବଦଳରେ ଏକ ଫ୍ଲାଟ କିଣି ଦେବେ ବୋଲି କହିଥିଲେ। କିନ୍ତୁ ଫ୍ଲାଟ୍ ମଧ୍ୟ ଦେଲେ ନାହିଁ। ଏହିଭଳି ଅନେକ ଘଟଣାକୁ ନେଇ ଭାଇ ବହୁତ ଚାପରେ ରହୁଥିଲେ ବୋଲି ଲୀନା କହିଛନ୍ତି।

Leave A Reply

Your email address will not be published.

twenty − fourteen =