୬ ହଜାର ଟଙ୍କା ଲାଞ୍ଚ ପାଇଁ ଧରାପଡିଲେ ଲାଞ୍ଚୁଆ କିରାଣୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ । ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗତ ରାତି ୯ଟା ସମୟରେ ପୂର୍ବ ଯୋଜନା ମୁତାବକ ବିଇଓ କାର୍ୟ୍ୟାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ବାହାରେ ଛକିଥିବା ଭିଜିଲାନ୍ସ ଟିମ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ ସହ ତାଙ୍କୁ ଗିରଫ କରି ଭୁବନେଶ୍ବର ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇଯାଇଛନ୍ତି।ପଲ୍ଲା କୋଣାର୍କ ନଗରର ବିଜୟିନୀ ତ୍ରିପାଠୀ ନାମକ ଜଣେ ଶିକ୍ଷୟିତ୍ରୀ ୨୦୧୮ ମସିହାରୁ ଅବସର ନେଇଛନ୍ତି । ତାଙ୍କର ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ କରାଇବା ଲାଗି ପ୍ରଦୀପ୍ତ ସାହୁ ଲାଞ୍ଚ ମାଗିଥିଲେ ।

Leave A Reply

Your email address will not be published.

5 × 4 =