ଲଭ୍‌-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରେ ଲଭ ଜିହାଦ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁର ଗିରଫ । ମନସୁରର ମୋବାଇଲ୍‌ ଖୋଲିବ ସତ । ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୋଲିସ ।  ଓଡ଼ିଶାର ଜଗତସିଂହପୁର ଜିଲା ରାହାମା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅନଲାଇନ୍‌ ଗେମ୍‌ରୁ ତାଙ୍କର ପରିଚୟ ହୋଇଥିଲା। ପରେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ। ମନସୁର ତାଙ୍କର ପ୍ରକୃତ ପରିଚୟ ଆରମ୍ଭରୁ ଲୁଚାଇ ରଖିଥିଲେ। ପରିଚୟ ଜାଣିବା ପରେ ଯୁବତୀ ଜଣଙ୍କ ଦୂରେଇବାକୁ ଚେଷ୍ଟା କରିଥିଲେ। ଏହା ପରେ ମନସୁର ଯୁବତୀଙ୍କ ଆପତ୍ତିଜନକ ଫଟୋ ପଠାଇ ବ୍ଲାକମେଲ କରିଥିଲେ।ମନସୁର ଓଡ଼ିଶା ଆସିଥିଲାବେଳେ ଏତଲା ଅନୁସାରେ ଗିରଫ କରାଯାଇଥିବା ଡିସିପି କହିଛନ୍ତି। ଭୁବନେଶ୍ବର ଡିସିପି ପୀନାକ ମିଶ୍ର କହିଛନ୍ତି ଯେ, ଅଭିଯୁକ୍ତ ସମୀର ମନସୁରର ଘର ବିହାର ଚମ୍ପାରଣରେ । ସେ କାଶ୍ମୀରରେ ଜଣେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲା ।

 ଅନ୍‌ ଲାଇନ୍‌ ଗେମ୍‌ ଜରିଆରେ ପୀଡ଼ିତାଙ୍କ ସହ ମନସୁରର ପରିଚୟ ହୋଇଥିଲା । ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାକୁ ପୋଲିସ ତା’ର ଦୁଇଟି ମୋବାଇଲ, ଆଧାର କାର୍ଡ଼, ପ୍ୟାନ୍‌ କାର୍ଡ଼ ଆଦି ଜବତ କରିଛି । ମୋବାଇଲ୍ ଦୁଇଟିକୁ ଫରେନସିକ୍‌ ଲ୍ୟାବ୍‌କୁ ପଠାଯାଇଥିବା ବେଳେ ସେଥିରୁ ଠୋସ୍‌ ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଡିସିପି । ଯଦି ସମୀର ମନସୁର ଦ୍ବାରା ଅନ୍ୟ କେହି ଯୁବତୀ ଶୋଷଣର ଶିକାର ହୋଇଛନ୍ତି ତାହେଲେ ତୁରନ୍ତ ପୋଲିସ ପାଖରେ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିସିପି । ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବ ବୋଲି ଡିସିପି ଭରସା ଦେଇଛନ୍ତି ।

Leave A Reply

Your email address will not be published.

14 − 13 =