ପିଡିଓଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ

ଭୁବନେଶ୍ୱର(ରାଜ୍ୟକାହାଣୀ) ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଯାଇ ଜଣେ ସରକାରୀ କର୍ମଚାରୀ ପୂର୍ବରୁ ରଖିଥିବା ଏକ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ଭାଇରାଲ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଜଣଙ୍କ ଏହା ଜାଣିବା ପରେ ଯୋଗାଣ ସହାୟକଙ୍କୁ ତାଙ୍କ ଅଫିସ୍‌କୁ ଯାଇ ଚପଲରେ ମାଡ଼ ମାରିଛନ୍ତି। ଏହା ସହ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ମହିଳା । ପୋଲିସ୍ ମାମଲା ରୁଜୁ କରି ଜଣେ ଡିଏସ୍‌ପିଙ୍କୁ ତଦନ୍ତ ଭାର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, କିଛିଦିନ  ପୂର୍ବରୁ କର୍ମଚାରୀ ଜଣକ ସମ୍ପର୍କ ରଖିବାକୁ ସମ୍ପୃକ୍ତ ପୀଡ଼ିତାଙ୍କୁ ଡାକିଥିଲେ। ହେଲେ ସେ ନ ଆସିବାରୁ ପୂର୍ବରୁ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ କର୍ମଚାରୀ ଏବଂ ତାଙ୍କ ସହଯୋଗୀ ଭାଇରାଲ କରିଥିଲେ। 

ଏ ସଂକ୍ରାନ୍ତରେ ପୀଡ଼ିତା ଜଣକ ଗତ ୨ ତାରିଖରେ ଜାଣିବାକୁ ପାଇଥିଲେ। ସେହିଦିନ ସେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିବାରୁ ତାଙ୍କୁ ସମ୍ପୃକ୍ତ କର୍ମଚାରୀ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏପରି କି ହତ୍ୟା ଧମକ ଦେବାକୁ ପଛାଇ ନ ଥିଲେ। ଏହାବ୍ୟତୀତ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ କର୍ମଚାରୀଙ୍କ ସହଯୋଗୀ ମହିଳାଙ୍କ ମୁଣ୍ଡରେ ଏକ କାର୍‌ ଚାବିରେ ବାରମ୍ବାର ଆଘାତ କରିବା ଦ୍ୱାରା ସେ ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରୁ ଘରକୁ ଆସିବା ପରେ ଏନେଇ ପୀଡିତା ଅଭିଯୋଗ କରିଥିବା ଜଣାଯାଇଛି। 

Leave A Reply

Your email address will not be published.

8 + four =