ଅସୁସ୍ଥ ଦିବ୍ୟାଙ୍ଗ ସ୍ୱାମୀକୁ ବଞ୍ଚାଇବା ନିମନ୍ତେ ମେଡିକାଲ ଧରି ଧାଇଁ ଆସିଥିଲା ଗର୍ଭବତୀ ପତ୍ନୀ। ପାଖରେ ଆଉ ଏକ ଛୋଟ ଛୁଆ ବି ଥିଲା। ମାତ୍ର ମେଡିକାଲ ବେଡରେ ହିଁ ଛଟପଟ ହୋଇ ଚାଲିଗଲା ସ୍ୱାମୀର ଜୀବନ । ଏହାଦେଖି ପତ୍ନୀ ଉପରେ ଆକାଶ ଛିଣ୍ଡି ପଡ଼ିଥିବା ବେଳେ ମୁଣ୍ଡ ପିଟି କାନ୍ଦୁଥିଲା। ମାତ୍ର ଉକ୍ତ ସମୟରେ ମେଡିକାଲ କର୍ତ୍ତୃପକ୍ଷ ଘଟାଇଲେ ଅମାନବୀୟ କାଣ୍ଡ।ଘଟଣାଟି ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରୁ ଆସିଛି । ଘଟଣାଟି ଗରଦାସାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି । ଆଦିବାସୀ ପ୍ରାଧାନ୍ୟ ଡିଣ୍ଡୋରି ଜିଲ୍ଲାର ଲାଲପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ଜମି ବିବାଦ । ଏହି ଘଟଣାରେ ଅକ୍ଟୋବର ୩୧ରେ ହୋଇଥିଲା ଗୁଳି ବିନିମୟ । ଏଥିରେ ପିତା ଏବଂ ତାଙ୍କର ତିନି ପୁଅଙ୍କୁ ଲାଗିଥିଲା ଗୁଳି । ଘଟଣାସ୍ଥଳରେ ବାପା ଓ ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା । ତେବେ ମହିଳାଙ୍କ ସ୍ୱାମୀ ଯେଉଁ ବେଡରେ ଆଖି ବୁଜିଥିଲେ ତାହାକୁ ସଫା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ମହିଳାଙ୍କୁ ବାଧ୍ୟ କଲେ। ଏପରି ଅମାନବୀୟ, ଅମାନୁଷିକ କାଣ୍ଡ ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାର ଗାଡାସରଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି।ଏପରି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ଚାରିଆଡ଼ୁ ନିନ୍ଦା କରାଯାଉଛି। ସଭ୍ୟ ସମାଜରେ ଏପରି ଘୃଣ୍ୟ କାମ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇ ୨ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ମେଡିକାଲ ଇନଚାର୍ଜଙ୍କୁ ବଦଳି କରିଛନ୍ତି।