୮ କୋଟି ପାଇଁ  ସ୍ତ୍ରୀ ପୋଛି ଦେଲା ନିଜ ସିନ୍ଦୂର।

ନିଜ ହାତରେ ସ୍ତ୍ରୀ ପୋଛି ଦେଲା ନିଜ ସିନ୍ଦୂର। ୮ କୋଟି ପାଇଁ ଫିକା ପଡ଼ିଗଲା ସିନ୍ଦୂରର ରଙ୍ଗ। ସ୍ୱାମୀଙ୍କୁ ଛାଡ଼ିଲାନି। ହତ୍ୟା କରି ୮୦୦ କିଲୋମିଟର ଦୂରରେ ନେଇ ଜାଳିଦେଲା। ଏଭଳି କିଛି ଭୟଙ୍କର ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ। ଅକ୍ଟୋବର ୮ରେ ବେଙ୍ଗାଳୁରୁ କୋଡାଗୁରୁ ଏକ ପୋଡା ଶରୀରର କିଛି ଅଂଶ ମିଳିଥିଲା |ସେଠାକାର ସିସିଟିଭି ଫୁଟେଜରୁ ଏକ ନାଲି ରଙ୍ଗର ମର୍ସିଡିଜ୍ କାର ଉପରେ ପୁଲିସର ସନ୍ଦେହ ହୋଇଥିଲା ତେବେ କାର ନମ୍ବରରୁ ପୁଲିସ ଏହା ତେଲେଙ୍ଗାନାର ରମେଶଙ୍କ କାର ବୋଲି ଜାଣିଥିଲା|ପରେ ବେଙ୍ଗାଳୁରୁ ପୋଲିସ ତେଲେଙ୍ଗାନା ପୁଲିସକୁ ଯୋଗାଯୋଗ କରିଥିଲା|ତେଲେଙ୍ଗାନା ପୁଲିସ ନିକଟରେ ପୂର୍ବରୁ ରମେଶ ନିଖୋଜ ଥିବା ପତ୍ନୀ ରିପୋର୍ଟ କରିଥିଲେ|

ପତ୍ନୀ ନିହାରିକାଙ୍କୁ ପଚରାଉଚରା କରିବାରୁ ପୁରା ଘଟଣା ସମ୍ପର୍କରେ ଜଣାପଡିଥିଲା|ହତ୍ୟା ପଛରେ ପତ୍ନୀ ନିହାରିକା ଏବଂ ପ୍ରେମିକ ନିଖିଲ, ସହଯୋଗୀ ଅଙ୍କୁର ଥିବା ଜଣାପଡିଛି|ପୁଲିସ କହିବା ମୁତାବକ, ନିହାରିକା ହେଉଛନ୍ତି ବ୍ୟବସାୟୀ ରମେଶଙ୍କର ଦ୍ୱିତୀୟ ପତ୍ନୀ। ରମେଶ ତାଙ୍କୁ ଖୁବ ଭଲ ପାଉଥିଲେ। ଏପରିକି ତାଙ୍କୁ ପୁରା ୟସ ଆରାମରେ ରଖୁଥିଲେ। ତେବେ ଦିନକୁ ଦିନ ତାଙ୍କର ଡିମାଣ୍ଡ ବଢ଼ି ଚାଲିଛି। ଶେଷରେ ନିହାରିକା ରମେଶଙ୍କଠାରୁ ୮ କୋଟି ଟଙ୍କା ମାଗିଥିଲେ। କିନ୍ତୁ ସେ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ରାଗିଯାଇ ଅକ୍ଟୋବର ୧ ତାରିଖରେ ନିହାରିକା ନିଜ ପ୍ରେମୀ ତଥା ପଶୁ ଡାକ୍ତର ନିଖିଲ ଓ ତାଙ୍କ ସାଥୀ ଅଙ୍କୁର ରାଣାଙ୍କ ସହ ମିଶି ସ୍ୱାମୀ ରମେଶଙ୍କୁ ହତ୍ୟା କରିଥିଲେ। ଏହା ପରେ ତିନିଜଣ ମୃତଦେହକୁ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଏକ କଫି ବଗିଚାକୁ ନେଇଥିଲେ। ସେଠାରେ ଶବକୁ ପ୍ରଥମେ ଏକ କମ୍ବଳରେ ଘୋଡାଇ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହରେ ନିଆଁ ଲଗାଇ ଦେଇଥିଲେ।

ଏହାପରେ ଅକ୍ଟୋବର ୮ ତାରିଖରେ କଫି ବଗିଚାର କର୍ମଚାରୀମାନେ ଦରପୋଡା ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ। କର୍ଣ୍ଣାଟକ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂରା ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ୪ଟି ସ୍ୱତନ୍ତ୍ର ଟିମ୍‌ର ୧୬ ଜଣ ପୁଲିସ ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ପରେ ସିସିଟିଭି ଫୁଟେଜରୁ ନିହାରିକା ଏବଂ ତାଙ୍କ ସାଥୀମାନେ ରମେଶଙ୍କ ନାମରେ ପଞ୍ଜୀକୃତ କାରରେ ଉକ୍ତ ସ୍ଥାନକୁ ଯାଇଥିବା ନେଇ ଜଣାପଡିଥିଲା।ସବୁ ପ୍ଲାନ ଠିକ୍ ଥିଲା କିନ୍ତୁ ଧରାନପଡିବା ପାଇଁ ନିହାରିକା ହାଇଦ୍ରାବାଦ ଫେରି ରମେଶଙ୍କ ନିଖୋଜ ଥିବା ନେଇ ଥାନାରେ ରିପୋର୍ଟ କରିଥିଲେ । ଯାହା ତାଙ୍କୁ ଧରାପକାଇ ଦେବାରେ ପ୍ରମୁଖ କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.

nine − four =