୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ନୟାଗଡ଼ ଭାପୁରରେ ସାବତ ମାଆର ଅମାନବୀୟ କାଣ୍ଡ । ୨୦ ଟଙ୍କାର ଦହିବରା କିଣି ଖାଇଦେବାରୁ ନାବାଳିକା ଝିଅକୁ ପିଟି ପିଟି ମାରିଦେଲା ମାଆ । ପ୍ରମାଣ ନଷ୍ଟ କରିବା ପାଇଁ ବାପା ଘର ଲୋକଙ୍କ ସହାୟତାରେ ମଶାଣିରେ ଶବ ଦାହ କରୁଥିବା ସମୟରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।ସୂଚନାଥାଉ କି, ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡା ସାହିର ସୁକୁଟା ସ୍ବାଇଁ ୨୦ ବର୍ଷ ତଳେ ଶଶୀଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ୯ ବର୍ଷ ତଳେ ସାନ ଝିଅ ତୁଳସୀ ଛୋଟ ପିଲାଟିଏ ଥିଲା, ଆଖି ବୁଜିଥିଲେ ଶଶୀ। ତେବେ ୨ ବର୍ଷ ତଳେ ସୁକୁଟା କଳପଙ୍ଗି ଗାଁର ମଣ୍ଡା ସ୍ବାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପରେ ସୁକୁଟା କାମ ଅନ୍ବେଷଣରେ କେରଳ ଚାଲି ଯାଇଥିଲେ। ଆଉ ଏହାର ସୁଯୋଗ ନେଇ ମଣ୍ଡା ସଉତୁଣୀ ଝିଅ ତୁଳସୀକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ।ମଙ୍ଗଳବାର ତୁଳସୀ ପାଠ ପଢିବା ପାଇଁ ଯାଇଥିଲେ। ଘରକୁ ଫେରିଲା ବେଳେ ଔଷଧ ଆଣିବା ପାଇଁ ୧୦୦ ଟଙ୍କା ଦେଇଥିଲେ ସାବତ ମାଆ ମଣ୍ଡା। ତୁଳସୀ ଫେରିବା ସମୟରେ ୮୦ ଟଙ୍କାର ମେଡିସିନ କିଣିଥିବାବେଳେ ବାକି ୨୦ ଟଙ୍କାର ଦହବରା କିଣି ଖାଇ ଦେଇଥିଲେ। ତୁଳସୀ ଘରକୁ ଫେରିବା ପରେ ୧୦୦ ଟଙ୍କାର ହିସାବ ମାଗିଥିଲେ ମଣ୍ଡା। ଔଷଧ ଆଣିବା ପରେ ବଳି ପଡିଥିବା ୨୦ ଟଙ୍କାରେ ଦହିବରା ଖାଇ ଦେଇଛି ବୋଲି ତୁଳସୀ କହିଥିଲେ। ଏଥିରେ ରାଗି ଯାଇଥିଲେ ମଣ୍ଡା।

ଆଉ ଠେଙ୍ଗାରେ ତୁଳସୀଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ନେଇ ଫତେଗଡ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି ଝିଅର ମାମୁଁ। ତେବେ ପୋଲିସ ଅଭିଯୁକ୍ତ ମଣ୍ଡା ସ୍ବାଇଁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

five − 5 =