୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର

ରାଜ୍ୟ କାହାଣୀ ( ଭୁବନେଶ୍ଵର)ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି ।୯ ବର୍ଷର ନାବାଳକ ଆରିଷ କୁମାରଙ୍କୁ କାମୁଡ଼ି ଗୁରୁତର କଲେ ବୁଲା କୁକୁର। ସୂଚନା ମୁତାବକ, ପାଟପୁର ଗାନ୍ଧୀ ଛକ ଠାରୁ ଅଳ୍ପ ଦୂରରେ କୁକୁର ଛୁଆ ଶୋଇଥିବା ବେଳେ ନାବାଳକ ଜଣକ ଅଳ୍ପ ଦୂରରେ ଖେଳୁଥିଲା ।  ହଠାତ ଚାରିରୁ ପାଞ୍ଚ ଗୋଟି କୁକୁର ନାବାଳକୁ ଧରି ଝୁଣିବାକୁ ଲାଗିଥିଲେ ।  ପିଲାଟି ଚିତ୍କାର କରିବା ପରେ ଲୋକ ମାନେ ଆସି କୁକୁରକୁ ଘଉଡ଼ାଇଥିଲେ। ଗୁରୁତର ଅବସ୍ଥାରେ ନାବାଳକ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଯାହାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।

You might also like