୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର
ରାଜ୍ୟ କାହାଣୀ ( ଭୁବନେଶ୍ଵର)୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ, ହେଲେ ଦେଉନାହାନ୍ତି । ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ୩ ମାସ ହେଲା ଦେଉନାହାନ୍ତି ହିତାଧିକାରୀ ମାନଙ୍କୁ ।ବିଜେପି କହିଥିଲା ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବେ, ଚଳିତ ଖରିଫରେ ତାହା କମାଇଦେଲେ । ଚାଷୀଙ୍କୁ ଧୋକା ଦେଲେ ।ସୁଭଦ୍ରା ଯୋଜନାକରେ ବର୍ଷରେ ୫୦ ହଜାର ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପ୍ରଥମ କ୍ୟାବିନେଟ୍ରେ ୧୦ ହଜାର ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଲେ । ୟୁଟର୍ଣ୍ଣ ମାରିଲେ ।ରାଜ୍ୟ ସରକାର ନୂତନ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ମିଡ୍ ଡେ’ ମିଲ୍ରେ କ୍ଷୀର ୨୦୦ ମି.ଲି. ପ୍ରଦାନ କରିବେ କହିଥିଲେ, ହେଲେ ଏଯାଏଁ ମିଳିଲାନି ।ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ସରକାର ଆସିବା ପରେ ଏ ପ୍ରକଳ୍ପ ବନ୍ଦ କରିଦେଲେ । ବିଜେପି ନେତା କହିଲେ ଓଡ଼ିଶାରେ ମଦ ବନ୍ଦ କରିବେ, କମେଇବେ, ସରକାରକୁ ଆସିବା ପରେ ୟୁ-ଟର୍ଣ୍ଣ ନେଇଗଲେ । ଏହିଭଳି ୧୨ ବିଫଳତା କହିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।