୨୭ ଦିନରେ ପହଞ୍ଚିଲା ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ସତ୍ୟାଗ୍ରହ*•
*ଭୁବନେଶ୍ବର,୧୫!୯: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୨୭ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆଜି ୧୦ମ ଦିନରେ ପହଞ୍ଚିଛି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି, ଅନିୟମିତତା ଓ ଅବ୍ୟବସ୍ଥାର ସୁଧାର, ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ଏବଂ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ବ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ଚଳାଇଥିବା ଅନଶନ ଓ ସତ୍ୟାଗ୍ରହ ପ୍ରସଙ୍ଗରେ ସରକାର ଏପର୍ଯ୍ୟନ୍ତ ନିରବ। ସ୍ବାଧୀନତା ସଂଗ୍ରାମ ସମୟରେ ଗାନ୍ଧୀଙ୍କ ଦ୍ବାରା ପ୍ରଦତ୍ତ ବ୍ରହ୍ମାସ୍ତ୍ର ଅହିଂସକ ସତ୍ୟାଗ୍ରହ ଧାରାକୁ ଗଣତାନ୍ତ୍ରିକ ସରକାରମାନେ ନବୁଝିବା ଅତ୍ୟନ୍ତ ଲଜ୍ଜ୍ୟାଜନକ। ରାଜରାସ୍ତାରେ ପାଟିତୁଣ୍ଡ ହାଲ୍ଲାବୋଲ୍ କଲେ ସରକାର କହିବେ, ଆଇନକୁ ହାତକୁ ନିଅନାହିଁ। ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଟା ଯେପରି ସଂପୂର୍ଣ୍ଣ ଅଗାମୀ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ସରକାର ବ୍ୟତିବ୍ୟସ୍ତ ହେଉନାହାଁନ୍ତି। ରାଜ୍ୟ ପ୍ରଶାସନ ଏନେଇ ସକରାତ୍ମକ ମନୋଭାବ ନେଇ ଆଲୋଚନା କରୁନାହାଁନ୍ତି। ସରକାରଙ୍କ ନୈତିକ ଦାୟିତ୍ବ ସେମାନେ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ କାମ କରିବା କଥା। ସରକାର ତାଙ୍କର ନୈତିକ ଦାୟିତ୍ବ ପାଳନରେ ବିଫଳ ହେବାରୁ କ୍ରିୟାଶୀଳ ସଶକ୍ତ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ ଅନଶନ ଓ ସତ୍ୟାଗ୍ରହକୁ ଓହ୍ଲାଇଛନ୍ତି। ଅଥଚ୍ ସରକାର ନିଦା ବିଷ୍ଣୁ ହୋଇ ନିଜର ସାମ୍ବିଧାନିକ ଅଧିକାରକୁ ପାଳନ ନକରି ନିଜ ଗାରିମାର କ୍ଷୁର୍ଣ୍ଣ କରୁଛନ୍ତି। କିନ୍ତୁ ନିଜର ନୈତିକ ଦାୟିତ୍ବ ପାଳନ କରି ସରକାରଙ୍କ ଉପରେ ଅନଶନ ମାଧ୍ୟମରେ ଚାପ ପକାଇ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସୁଧାର ପାଇଁ ଶ୍ରୀ କୁମାର କ୍ରମାଗତ ଅନଶନ ଚଳାଇଛନ୍ତି। ଏବେ ସରକାର ତାଙ୍କ ନିଜ ତରଫରୁ ଆଲୋଚନାକୁ ନଆସିବେ ଯାହା କାର୍ଯ୍ୟାନୁଷ୍ଠାନ ହେବ ସରକାର ଦାୟୀ ରହିବେ ବୋଲି ଶ୍ରୀ କୁମାର ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।ଆଜି ଅନଶନ ସ୍ଥଳରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀ ନେତୃତ୍ବ, ବିପିୟୁଟିର ପୂର୍ବତନ ସଂପାଦକ ନିର୍ମଳ ମହାପାତ୍ର ଶ୍ରୀ କୁମାରଙ୍କୁ ସମର୍ଥନ ଜଣାଇ ଆଗାମୀ ୨୨ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ନେଇ ଆଲୋଚନା ହୋଇଥିଲା। ଆଜିର ଅନଶନରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ଡା. କୁଳମଣୀ, ମହିଳା ସଂଗଠନ ଆବାହକ ମଧୁମିତା ସାମଲ, କଟକ ଟାଙ୍ଗୀ ବ୍ଲକର ଜୟନ୍ତ ସ୍ବାଇଁ, ରାମଚନ୍ଦ୍ର ରାଉତ, ରାଜ୍ୟ ପ୍ରଦେଶ କଂଗ୍ରେସର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସୁନ୍ଦରଗଡ଼ର ରୋଜାଲିନି ଟୋପ୍ପୋ, କେନ୍ଦ୍ରାପଡ଼ାର ଅକୃର ପଲାଇ, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ଗଞ୍ଜାମ ଛାତ୍ର ନେତା ଗଣେଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।