୨୪ ଘଣ୍ଟା ତାଳଗଛ ଉପରେ ମୃତ୍ୟୁ ସହ ସଂଘର୍ଷ, ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

୨୪ ଘଣ୍ଟା ପରେ ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ।ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ଘେରିଯିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ ।ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଥିଲେ ସମୟ । ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ରାତି ତମାମ ଖୋଜାଖୋଜି କରିଥିଲେ ୩ଟି ଓଡ୍ରାଫ ଟିମ୍, ହେଲେ ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳୁ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଚାଷୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।ସୂଚନା ଅନୁଯାୟୀ ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୁଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇଥିବା ବେଳେ ବନ୍ୟା ପାଣି ବଢ଼ିଯିବାରୁ ଫସି ଯାଇଥିଲେ । ଉପାୟ ନପାଇ ସେ ଏକ ତାଳଗଛ ଉପରକୁ ଚଢ଼ି ପ୍ରାଣ ବଞ୍ଚାଇଥିଲେ ।ତ୍ରିଲୋଚନଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଫୋନ୍ ଯୋଗେ ବାପା ନିଖୋଜ ଥିବା ଓ ବିଲ ମଝିରେ ଫସି ରହିଥିବା ନେଇ ଜଣାଇଥିଲେ । ଖବର ପାଇବା ପରେ ମନ୍ତ୍ରୀ ତୁରନ୍ତ ଉଦ୍ଧାର ପାଇଁ ଟିମ୍ ଗଠନ କରି ଧାମନଗର ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ ।

You might also like