୧୯ରୁ ପୁଣି ପ୍ରବଳ ବର୍ଷିବ…ଆଉ ଏକ ଲଘୁଚାପ ଆଣିପାରେ ବଡ଼ ବନ୍ୟା
ଭୁବନେଶ୍ୱର (ରାଜ୍ୟ କାହାଣୀ )ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ,ଆସନ୍ତା ୨୦ ତାରିଖବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ବିଶେଷଜ୍ଞଙ୍କ ଆକଳନ ହେଲା,ଏହା ପ୍ରଭାବରେ ୧୯ ତାରିଖରୁ ପ୍ରାୟ ୩/୪ ଦିନ ଧରି ବର୍ଷା ଲାଗି ରହିବ। ଉତ୍ତର,ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ହୋଇପାରେ। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଯଦି ଏ ଆକଳନ ସତ ହୁଏ,ତେବେ ଉତ୍ତର ଓଡ଼ିଶା ଆଉ ଗୋଟିଏ ବନ୍ୟା ସାମ୍ନା କରିପାରେ। ଖାଲି ସେତିକି ନୁହେଁ,ତଳ ଓ ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀ ବି ଫୁଲିପାରେ।ଶନିବାର ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।