ହାତରେ ପେଟ୍ରୋଲ ଓ ଦିଆସିଲ ଧରି ମୋବାଇଲ ଟାଓ୍ୱାରରେ ଚଢି ଆତ୍ମାହୁତି ଧମକ ଦେଲେ ଯୁବକ
ରାଜ୍ୟ କାହାଣୀ (ଭୁବନେଶ୍ଵର)ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଧମକ ଦେଉଛି ଯୁବକ । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନାକେଦମ ।ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ ଏପରି ଘଟଣା ଘଟିଛି । ଟାୱାର ଉପରେ ଚଢିଥିବା ଯୁବକ ହେଲେ ରୁଦ୍ରନାରାୟଣ ଦାସ । ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ଦାବିରେ ଏଭଳି ପ୍ରତିବାଦ କରିଛନ୍ତି ରୁଦ୍ର ନାରାୟଣ । ଘଟଣାସ୍ଥଳରେ ଅଗ୍ନି ଶମ ବିଭାଗ କର୍ମଚାରୀ , ପୋଲିସ ପହଞ୍ଚି ଉଧାର ପାଇଁ ଉଦ୍ୟମ ଜାରି ରହିଛି ।
୨୦୧୮ରେ ଓଏସଓପିରେ ଭର୍ତ୍ତି ହୋଇଥିଲେ ରୁଦ୍ର ନାରାୟଣ । ଟ୍ରେନିଂ ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦିଆଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ପୁନଶ୍ଚ ଚାକିରି ଖଣ୍ଡିକ ପାଇବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କଠୁ ନେଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିରାଶ ହୋଇଛନ୍ତି ।ତାପରେ ବି ତାଙ୍କ ସମସ୍ୟା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ପୁଣି ଚାକିରୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି।