ହାଇକମାଣ୍ଡ କହିଲେ ବୋଲି ଇସ୍ତଫା ଦେଲି, ଜାତୀୟ ରାଜନୀତିରେ ଆଗ୍ରହ ନାହିଁ: ସିଦ୍ଧରମେୟା
କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ। ୮୦ ବର୍ଷୀୟ ସିଦ୍ଧରାମାୟା ବିଧାନସଭାର ସଦସ୍ୟ (ଏମଏଲଏ) ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ।ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର କରାଯାଉଥିଲା। ସେ କିନ୍ତୁ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫରକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସିଦ୍ଧରମେୟା କହିଛନ୍ତି।କର୍ଣ୍ଣାଟକରେ କଂଗ୍ରେସ ସରକାରର କ୍ଷମତା ଭାଗବଣ୍ଟା ଫର୍ମୁଲା ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦ ବଦଳିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଛି। ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ହେଉଥିବା ଆଲୋଚନା ଏବଂ ଦିଲ୍ଲୀରେ ଚାଲିଥିବା ହାଇ-ଲେଭଲ୍ ବୈଠକ ମଧ୍ୟରେ ହାଇକମାଣ୍ଡଙ୍କ ଏହି ପ୍ରସ୍ତାବ ଆସିଥିଲା। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସିଦ୍ଧାରାମୈୟାଙ୍କୁ କେନ୍ଦ୍ର ରାଜନୀତିକୁ ଆଣିବା ସହ ରାଜ୍ୟସଭା ଆସନ ଯାଚିବାକୁ ଦଳୀୟ ହାଇକମାଣ୍ଡ ଯୋଜନା କରିଥିଲେ। ମାତ୍ର ସିଦ୍ଧାରାମୈୟା ଏହାକୁ ସିଧାସଳଖ ମନା କରିଦେଇଛନ୍ତି।