ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ
କେନ୍ଦ୍ରାପଡା ଡେରାବିଶ ବ୍ଲକ୍ କୁରୁଜଙ୍ଗା ପଞ୍ଚାୟତର ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଖେଳ ଛୁଟିରେ ସ୍କୁଲ ଭିତରେ ମଦ୍ୟପାନ କରି ଅଫିସ ଭିତରୁ କବାଟ ଦେଇ ଶୋଇପଡିଥିଲେ l ଅନ୍ୟ ଶିକ୍ଷକମାନେ ଯେତେ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ l ସେ ସ୍କୁଲର ଜଣେ ମାତ୍ର ଶିକ୍ଷକ ହୋଇ ଥିବାବେଳେ ଖେଳଛୁଟି ପରେ ସ୍କୁଲରେ ପାଠପଢା ବନ୍ଦ ରହିଥିଲା l ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ସ୍କୁଲର ମୁଖ୍ୟ ଫାକଟରେ ତାଲା ପକାଇ ଦେଇଥିଲେ l ଫଳରେ ପିଲାମାନେ ବାହାରକୁ ଯାଇ କାହାକୁ ଏ ସମ୍ପର୍କରେ ସୂଚନା ଦେଇପାରି ନଥିଲେ l ଶେଷରେ ସନ୍ଧ୍ୟା ୫ଟାରେ ବିଭାଗୀୟ ଅଧିକାରୀ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ l ଏହି ଘଟଣାରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଛି l ମଦ୍ୟପାନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l