ସୌମ୍ୟାଶ୍ରୀ ଜଳିବା ସମୟରେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ୨ ଝିଅ କିଏ?

ରାଜ୍ୟ କାହାଣୀ (ଭୁବନେଶ୍ୱର )FM କଲେଜ୍ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଘଟଣାକୁ ପାଖାପାଖି ୧୩ ଦିନ ବିତିଗଲାଣି ହେଲେ ପ୍ରକୃତ ଘଟଣା ଉପରୁ ପରଦା ଉଠିିପାରୁନି। ଘଟଣା ଘଟିବା ସମୟରେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିବା ସମୟରେ ସେ କିପରି ଏଣେତେଣେ ଦୌଡୁଥିଲେ ତାର ଏକ ସିସିଟିଭି ଭିଡ଼ିଓ ସେହି ଦିନଠାରୁ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଆଉ ଏହି ଭିଡ଼ିଓରେ ମଧ୍ୟ ଦୁଇ ଜଣ ଝିଅଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ କି ଦୁଆର ସାମ୍ନାରେ ବସିଥିଲେ। ଆଉ ସୌମ୍ୟାଶ୍ରୀ ନିଆଁରେ ହୁତୁହୁତୁ ହୋଇ ଜଳି ସେହି ଆଡକୁ ଆସିବା ଦେଖି ସେମାନେ ଉଠି ସେଠାରୁ ପଳାଇଯାଇଥିଲେ।ଆଉ ଏଥିରୁ ଜଣାପଡ଼ୁଛି କି ଏହି ୨ ଝିଅ ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ। ଆଉ ସୌମ୍ୟାଶ୍ରୀଙ୍କ ଦେହରେ କିପରି ନିଆଁ ଲାଗିଲା ସେମାନେ ଜାଣିଥାଇପାରନ୍ତି।ହେଲେ ଏତେ ସବୁ ତଦନ୍ତ ପରେ ବି ସେମାନେ ସାମ୍ନାକୁ ଆସିନାହାନ୍ତି। ତେଣୁ କ୍ରାଇମବ୍ରାଞ୍ଚ ସେହି ୨ ଝିଅଙ୍କୁ ଖୋଜୁଥିବା ସୂଚନା ମିଳିଛି। କଲେଜର ସବୁ ଷ୍ଟାଫଙ୍କୁ ଉଭୟଙ୍କ ସମ୍ପର୍କରେ ଖୋଜି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ ଅଧ୍ୟକ୍ଷ । ଦୁଇ ଜଣଙ୍କ ଫୋଟ ମଧ୍ୟ କଲେଜ ଷ୍ଟାଫମାନଙ୍କୁ ଦିଆଯାଇଛି ।

You might also like