ସୌମ୍ୟାଶ୍ରୀ ଆତ୍ମଦାହ ଚିନ୍ତା ଓ ସନ୍ଦେହର ବିଷୟ ଅଟେ। କିଏ ସତ କହୁଛି? 

ରାଜ୍ୟ କାହାଣୀ (ଭୁବନେଶ୍ଵର)ଫକୀର ମୋହନ କଲେଜର ସୌମ୍ୟାଶ୍ରୀ ଆଜି ଆମ ମଧ୍ୟରେ ନାହାନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ନିନ୍ଦା ଓ ପ୍ରତିବାଦ ଚାଲିଛି। ରାଜ୍ୟରେ ଆଜି ବିରୋଧୀ ଦଳ ଲୋକସେବା ଭବନ ଘେରାଉ କରିଛି। କଂଗ୍ରେସ ଆସନ୍ତା କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି। ରାଜ୍ୟରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଫଏମ କଲେଜରେ ଘଟିଥିବା ଘଟଣା ଉପରେ ବହୁତ୍ ପ୍ରଶ୍ନ ସୃଷ୍ଟି ହେଉଛି। ଆଜି ଦୋଷୀ ଗିରଫ ହେଲା, ପ୍ରିନ୍ସିପାଲଙ୍କ ଭୁଲ୍ ପାଇଁ ଏତେ ବଡ ଘଟଣା ଘଟିଲା, ଏହା ସତ୍ୟ। କିନ୍ତୁ ସମୟରେ ଯଦି ସରକାର ତତ୍ପର ହୋଇଥାନ୍ତେ, ତେବେ ଆଜି ସେ ଛାତ୍ରୀ ଆତ୍ମହତ୍ୟା କରି ନଥାନ୍ତେ।

ଯେଉଁ ମାନଙ୍କୁ ସେ ଟେକ୍ କରିଥିଲେ ସେ ମାନେ ଦୋଷୀ ନୁହନ୍ତି କି? ତେବେ ଆମେ ଏହି ଘଟଣାକୁ ବୁଝିବା ପାଇଁ ଚେଷ୍ଟା କରିବା ହୁଏତ ଏହା ମିଥ୍ୟା ହୋଇ ପାରେ ବା କାଳ୍ପନିକ। କାରଣ ପ୍ରମାଣ ନଥାଇ କିଛି ଲେଖିବା ବା କହିବା ଠିକ୍ ନୁହେଁ। ତେବେ ଏଠି ପ୍ରଶ୍ନ – 

ସେ ଝିଅଟି ଯେତେବେଳେ ସୋସିଆଲ ମିଡିଆରେ ପୋଷ୍ଟ କରି କରି ସରକାର, ମନ୍ତ୍ରୀ, ସାଂସଦ, ବିଧାୟକ ଓ ବହୁତଙ୍କୁ ଟ୍ୟାଗ କରୁଥିଲେ, ସମସ୍ତଙ୍କୁ ଅବଗତ କରାଉଥିଲେ – ସେତେବେଳେ କାହିଁକି କୌଣସି ପଦକ୍ଷେପ ହେଲାନି?

ସେ ଗୁହାରି କରିଲେ, କିନ୍ତୁ କାହାର ଦୃଷ୍ଟି କୋଣରୁ ଆସିଲାନି।

– ସେ ଆଶା କରିଥିଲେ , କିନ୍ତୁ ସମୟରେ କାର୍ଯ୍ୟ ହେଲାନି।

– କଣ ବିଦ୍ୟାଳୟରେ ଏକ ମାତ୍ର କ୍ୟାମେରା ଲାଗିଥିଲା ଯେଉଥିରେ ବାଳିକା/ ପୀଡ଼ିତା ନିଜକୁ ଆତ୍ମ ଦାହ କରି ଦୌଡ଼ିଥିଲେ। ଯାହାର ଗୋଟାଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ viral ହେଉଛି। 

– କଣ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଓ ଛାତ୍ରୀଙ୍କ ପାଖରେ ଫୋନ ନଥିଲା। 

– ଏହି ଘଟଣା ବିଷୟରେ ପୀଡ଼ିତାଙ୍କ ସାଥୀମାନେ କଣ କିଛି ତଥ୍ୟ ପାଇ ନଥିଲେ। 

– ପୀଡ଼ିତା ନିଜ ଶରୀରରେ ନିଆଁ ଲଗାଉଥିବାର କଣ କେହି ବ୍ୟକ୍ତି ଦେଖି ନ ଥିଲେ। 

– ପୀଡ଼ିତାଙ୍କ ପରିବାର କଣ ଝିଅର ମାନସିକ ସ୍ଥିତି ବିଷୟରେ କିଛି ଜାଣି ନଥିଲେ। 

– ଏତେ ଘଟଣା ବିଷୟରେ ଯେବେ ପୀଡ଼ିତା ମିଡ଼ିଆ ଆଗରେ କହିଥିଲେ ତେବେ ପୋଲିସ ଓ ପ୍ରଶାସନ କିମ୍ୱା ରାଜନେତା ଦଳ କଣ କରୁଥିଲେ। 

You might also like